ମୁଖ୍ୟ ଖବର

ହାତୀ ମୃତ୍ୟୁ ରୋକିବା ପାଇଁ ସତର୍କ ସୂଚନା ଖୁଣ୍ଟ ଲାଗିଲା

By Biswaranjan Pattnaik

March 19, 2026

ଅନୁଗୁଳ: ବନ୍ୟ ଜନ୍ତୁଙ୍କ ସୁରକ୍ଷା ତଥା ହାତୀ ମୃତ୍ୟୁକୁ ହ୍ରାସ କରିବା ପାଇଁ ଅନୁଗୁଳ ଫରେଷ୍ଟ ଡିଭିଜନର ଜରପଡା ରେଞ୍ଜ ପକ୍ଷରୁ ହାତୀ ଅତିକ୍ରମ କରିବାକୁ ଥିବା ସମ୍ଭାବ୍ୟ ରେଳ ଧାରଣା କଡ଼ରେ ସତର୍କ ସୂଚନା ଥିବା ଖୁଣ୍ଟ ମାନ ଲଗାଯାଇଛି। ଏହାଦ୍ବାରା ଲୋକ ପାଇଲଟ ହାତୀ ଚଳାଚଳକୁ ପୂର୍ବରୁ ଦେଖି ବ୍ରେକ ଲଗାଇପାରିବେ।ଏହାଦ୍ବାରା ହାତୀ ଦୁର୍ଘଟଣାରୁ ରକ୍ଷା ପାଇ ପାରିବ। ହାତୀ ଚଳାଚଳ କରୁଥିବା ପାଞ୍ଚଟି ଟ୍ରାକ ଅଞ୍ଚଳରେ ଏଭଳି ସତର୍କ ସୂଚନା ଫଳକ ଲଗାଯାଇଛି।