ଘଟଣା ଓ ଦୁର୍ଘଟଣା

ବଅଁରପାଳ ପୋଲିସକୁ ବଡ଼ ସଫଳତା, ୨୨ ବର୍ଷ ପରେ ଦୁଇ ଫେରାର ଅପରାଧୀଙ୍କୁ କଲା ଗିରଫ

By Angul TV Bureau

November 04, 2022

ଅନୁଗୁଳ/ମହିଧରପୁର: ୨୨ ବର୍ଷ ହେଲା ଫେରାର ଥିବା ଦୁଇ ଅପରାଧୀଙ୍କୁ ଧରିବାରେ ବଅଁରପାଳ ଥାନା ପୋଲିସ ସଫଳ ହୋଇଛି। ୨୦୦୧ ମସିହାରେ ଅପରାଧ କରି ଫେରାର ଥିବା ଫୁଲପଡ଼ାର କପିକେଶ୍ୱର ଗଡନାୟକ ଓ ସେରେଣାବେଡାର ପ୍ରସନ୍ନ ନାୟକଙ୍କୁ ଗୁରୁବାର ପୋଲିସ ଗିରଫ କରିଛି।

କପିକେଶ୍ୱର ବିରୋଧରେ ୨୨୭/୨୦୦୧ରେ ଏକ ମାମଲା ରୁଜୁ ହୋଇଥିଲା। ଅପରାଧ ଘଟାଇ ସେ ଫେରାର ହୋଇଯାଇଥିଲା। ସେହିପରି ପ୍ରସନ୍ନ ୨୦୧୬ରେ ଅପରାଧ ଘଟାଇ ଫେରାର ଥିଲା। ଉଭୟଙ୍କ ନାଁରେ କୋର୍ଟ ୱାରେଣ୍ଟ ଜାରି କରିଥିଲେ। ଏମାନେ ନିକଟରେ ଗାଁକୁ ଆସିଥିଲେ। ଖବର ପାଇ ପୋଲିସ ଚଢ଼ଉ କରି ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି।