ମୁଖ୍ୟ ଖବର

ଆବର୍ଜନା ଜଳକୁ ପୁନଃ ବ୍ୟବହାରକ୍ଷମ କରାଯିବ: ସହର ବୁଲି ସମୀକ୍ଷା କଲେ ଅଧିକ୍ଷଣ  ଯନ୍ତ୍ରୀ

By Biswaranjan Pattnaik

September 19, 2025

ଅନୁଗୁଳ: ଅନୁଗୁଳ ବିଧାୟକଙ୍କ ନିର୍ଦ୍ଦେଶ ତଥା ପୌରପରିଷଦର ଅନୁମୋଦନକ୍ରମେ ଅନୁଗୁଳ ସହର ଭିତରେ ଗ୍ରେ ୱାଟର ପରିଚାଳନା ଅର୍ଥାତ୍ ଆବର୍ଜନା ଜଳକୁ ଏକତ୍ରିକରଣ, ଉପଚାର ଏବଂ ପୁନଃବ୍ୟବହାର ଉପଯୋଗୀ କରିବା ପାଇଁ ଦୁଇ ଗୋଟି ପ୍ରକଳ୍ପ ପ୍ରତିଷ୍ଠା ହେବ। ଶିମିଳିପଡ଼ାରେ ଏଥିନେଇ ଜମି ଚୁଡାନ୍ତ ହୋଇଥିବା ବେଳେ ବଜାର,ବଣିଆବାହାଳ ଅଞ୍ଚଳରେ ଜମି ଖୋଜା ଆରମ୍ଭ ହୋଇଛି।ଓଡ଼ିଶା ୱାଟର ସପ୍ଲାଏ ଆଣ୍ଡ ସ୍ଵିରେଜ୍ ବୋର୍ଡର ଅଧିକ୍ଷଣ ଯନ୍ତ୍ରୀ ସୂର୍ୟାବର୍ତ୍ତି ମାଝୀ ଏବଂ ତାଙ୍କ ଟିମ୍ ଗତ କାଲି ସହର ଭିତରେ ଥିବା ବିଭିନ୍ନ ସାଇଫନ୍ ବୁଲି ଦେଖିବା ସହ ପ୍ରକଳ୍ପ ନେଇ ଜିଲ୍ଲାପାଳ ଅବ୍ଦାଲ  ଏମ ଅଖତର ଏବଂ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲେ।

ଖୁବ୍ ଶୀଘ୍ର ଏହି ଗ୍ରେ ୱାଟର ପ୍ରକଳ୍ପ ଅନୁଗୁଳରେ ଆରମ୍ଭ ହେବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି। ଏହାଦ୍ବାରା ସହରର ବିଭିନ୍ନ ଡ୍ରେନ ପାଣିକୁ ବୈଜ୍ଞାନିକ ଉପାୟ ରେ ଶୋଧନ କରାଯାଇ ପରିଷ୍କୃତ ହେବାପରେ ବ୍ୟବହାର ଉପଯୋଗୀ କରାଯିବ।ଯାହାଫଳରେ ସହରର ପରିମଳ ବ୍ୟବସ୍ଥାରେ ଅଧିକ ଉନ୍ନତି ଆସି ପାରିବ।