ଅନ୍ୟାନ୍ୟ

ପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ

By Biswaranjan Pattnaik

February 28, 2025

ଅନୁଗୁଳ: ତାଳଚେର ରେଞ୍ଜ ବୁଲାଝର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବାରୁଆଁ ଠାରେ ଏକ ପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ ହୋଇଯାଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଡିଏଫଓ ଅନୁଗୁଳ, ତାଳଚେର ରେଞ୍ଜ ଅଫିସର ସୁକାନ୍ତି ଦେଇ,କୁଲେଇ ସରପଞ୍ଚ ଜ୍ୟୋତିର୍ମୟୀ ଗଡ଼ନାୟକ ଏବଂ ତାଳଚେରର ଅନ୍ୟାନ୍ୟ ଜଙ୍ଗଲ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଟାୱାର ଦ୍ୱାରା ଶିକାରୀ ମାନଙ୍କ ଉପରେ କଡା ନଜର ରଖାଯିବା ସହ, ଜଙ୍ଗଲ ନିଆଁ ଉପରେ ସତର୍କ ଦୃଷ୍ଟି ରଖା ଯାଇପାରିବ। ସ୍ଥାନୀୟ ଜଙ୍ଗଲ ର ଜୈବ ବିବିଧତା ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏହି ୱାଚ ଟାୱାର ବିଶେଷ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।