ଅନୁଗୁଳ: ଗତ ଦୁଇ ଦିନ ଧରି ଅନୁଗୁଳରେ ଲଗାଣ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା। ଅନୁଗୁଳରେ ୮୩ ମିଲି ମିଟର ବର୍ଷା ହୋଇଥିବା ଏକ ରିପୋର୍ଟରେ କୁହାଯାଉଛି। ଏହି ଲଗାଣ ବର୍ଷାରେ ଅନୁଗୁଳ ସହରର ବସ୍ତି ଅଞ୍ଚଳ, ୯ ନମ୍ୱର ୱାର୍ଡ,୧୭,୪,୫ ଆଦି ୱାର୍ଡ ର ଅନେକ ଅଞ୍ଚଳରେ ଘରେ ଡ୍ରେନ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ସହର ଅନେକ ଅଞ୍ଚଳରେ ଡ୍ରେନ ଜାମ ଥିବାରୁ ପାଣି ଉଛୁଳି ଦୋକାନ ବଜାର ଏବଂ ଘରେ ପାଉଥିବା କୁହା ଯାଉଛି।ଲୋକମାନେ ବିଲ୍ଡିଂ ଆକ୍ଟ ନମାନି ମନ ଇଚ୍ଛା ଘର କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।ଅନୁଗୁଳ ପୌରପାଳିକା ପକ୍ଷରୁ ଏଥିନେଇ ପ୍ରତିକାର କରାଯିବାକୁ ସାଧାରଣରେ ଦାବି ହେଉଛି।