ମୁଖ୍ୟ ଖବର

ଅସରାଏ ବର୍ଷାରେ ତାଳଚେରରେ ଜମୁଛି ପାଣି, ଖାଲଖମା ବଢ଼ାଉଛି ଦୁର୍ଘଟଣା ଆଶଙ୍କା

By Angul TV Bureau

September 17, 2026

ଅନୁଗୋଳ: ତାଳଚେର ସହରରେ ରାସ୍ତା ଅବ୍ୟବସ୍ଥା ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ଦୁଇଦିନ ଧରି ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହୁଛି। ବିଶେଷକରି ବାଙ୍କଧରା ଛକଠାରୁ ବହ୍ଲର ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମ ଯୋଗୁଁ ସ୍ଥିତି ଅଧିକ ଖରାପ ହୋଇଛି।

ବଡ଼ବଡ଼ ଗର୍ତ୍ତରେ ପାଣି ଜମି ରହିବାରୁ ଯାତାୟାତରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ ଛକ ସମେତ ଅନ୍ୟାନ୍ୟ ସ୍ଥାନରେ ପାଣି ଜମି ରହିବାରୁ ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଦୁର୍ଘଟଣା ଆଶଙ୍କା ବଢ଼ିଛି। ପୂଜା ସମୟରେ ରାସ୍ତାର ଏଭଳି ଅବସ୍ଥା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଖାଲଖମା ପୂରଣ ଓ ଜଳ ନିଷ୍କାସନ ବ୍ୟବସ୍ଥା କରି ଯାତାୟାତ ସୁଗମ କରିବାକୁ ସାଧାରଣରେ ଦାବି ହୋଇଛି।