ମୁଖ୍ୟ ଖବର

ପ୍ରଶାସନର ଦୃଷ୍ଟି ଆଢୁଆଳରେ ସରଧାପୁର ଶିବ ମନ୍ଦିରର ଜଳ ସମସ୍ୟା: ଠାକୁରଙ୍କ ନୀତିକାନ୍ତିରେ ବାଧା

By Angul TV Bureau

November 09, 2026

ଅନୁଗୋଳ: ଅନୁଗୋଳ ବ୍ଲକ ପୁରୁଣାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମସ୍ଥିତ ଶିବ ମନ୍ଦିର ପରିସରରେ ଥିବା ନଳକୂପ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଛି। ଫଳରେ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ମନ୍ଦିରକୁ କେବଳ ସରଧାପୁର ନୁହେଁ, ଆଖପାଖ ୮ରୁ ୧୦ଟି ଗ୍ରାମର ଲୋକେ ମଧ୍ୟ ପୂଜାର୍ଚ୍ଚନା ପାଇଁ ଆସନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ନଳକୂପଟି ଅଚଳ ହୋଇଥିବା ସହ ଏହାର ସଠିକ୍ ପିଣ୍ଡି ନିର୍ମାଣ ହୋଇନାହିଁ। ଫଳରେ ଚାରିପାଖରେ ଅପରିଷ୍କାର ପାଣି ଜମି ରହୁଛି। ଏପରିକି ଦୂଷିତ ପାଣି ନଳକୂପ ଭିତରକୁ ପଶିବାର ଆଶଙ୍କା ରହିଛି।

ଏହାଦ୍ୱାରା ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଓ ପୂଜାର୍ଚ୍ଚନା ସହ ଭକ୍ତଙ୍କ ପାନୀୟ ଜଳ ବ୍ୟବହାରରେ ବାଧା ସୃଷ୍ଟି ହେଉଛି। ତେଣୁ ତୁରନ୍ତ ମରାମତି ସହ ନୂତନ ପିଣ୍ଡି ନିର୍ମାଣ କରିବାକୁ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀ ଓ ବ୍ଲକ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।