ଘଟଣା ଓ ଦୁର୍ଘଟଣା

ପାଣି ପମ୍ପ୍ ଜବତ, ୬ ଗିରଫ

By Sanjeeb Biswal

July 09, 2021

ଅନୁଗୁଳ: ହଣ୍ଡପା ଥାନା ତଥା ବଇଣ୍ଡା ଫାଣ୍ଡି ଇଲାକାରେ ପାଣି ପମ୍ପ୍ ଚୋରି କରୁଥିବା ଏକ ଗ୍ୟାଙ୍ଗ୍ ପୁଲିସ ହାବୁଡ଼ରେ ପଡ଼ିଛି । ଚୋରି ଅଭିଯୋଗରେ ଦୁଇ ଜଣ ଏବଂ ଚୋରା ପମ୍ପ୍ କିଣିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପାଣି ପମ୍ପ୍ ଚୋରି ନେଇ ଅଭିଯୋଗ ହେବା ପରେ ଇଚ୍ଛାପୁର ଗ୍ରାମର ବିକାଶ ମାଝୀ ଓ ମନୋଜ ସାହୁଙ୍କୁ ପୁଲିସ ଗିରଫ କରିଥିଲା । ଉଭୟଙ୍କୁ ପୁଲିସ ଜେରା କରିବା ପରେ ସେମାନେ ଯେଉଁମାନଙ୍କୁ ବିକ୍ରି କରିଥିଲେ ସୂଚନା ମିଳିଥିଲା। ସେଇ ସୂଚନା ଆଧାରରେ ଇଚ୍ଛାପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାଝୀ, ଝାରୁ ବେହେରା, ଜଗନ୍ନାଥ ନାୟକ, ଗାଁ’ ବଇଣ୍ଡାର ଚରଣ ସାହୁଙ୍କୁ ଗିରଫ କରାଯାଇଥିବା ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ସେମାନଙ୍କଠାରୁ ୬ଟି ପାଣି ପମ୍ପ୍ ଉଦ୍ଧାର କରାଯାଇଛି । ଏହି ପମ୍ପ୍ ଗୁଡ଼ିକ ମଧ୍ୟରେ ବାଦିବାହାଳ ଗ୍ରାମରୁ ୨ଟି, ଗୋଳାସର ଗ୍ରାମରୁ ଗୋଟିଏ ଏବଂ ଆନନ୍ଦମୁଣ୍ଡା ଗ୍ରାମରୁ ୩ଟି ଚୋରି ପମ୍ପ୍ ଥିବା ଜଣାଯାଇଛି । ଏଥରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ତଦନ୍ତ ଚାଲୁ ରହିଛି ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।