ମୁଖ୍ୟ ଖବର

ବିନା ସୁରକ୍ଷାରେ ଚାଲିଛି ସୁଉଚ୍ଚ ପାଣିଟାଙ୍କି କାମ, ନା ଅଛି ବେଲ୍ଟ ନା ହେଲମେଟ୍

By Angul TV Bureau

June 20, 2025

ଅନୁଗୁଳ: ଅନୁଗୁଳ ସହରର ମଧ୍ୟ ସ୍ଥଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଓଭର ହେଡ୍ ଟାଙ୍କି ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ହେବ ଜାରି ରହିଛି। ଏହା ସୁଉଚ୍ଚ ହୋଇଥିବା ବେଳେ ଅନେକ ସମୟରେ ଶ୍ରମିକମାନେ ଏଠାରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ଦେଖାଯାଇଛି। ନିର୍ମାଣ ଆରମ୍ଭରୁ ଏଭଳି ଖାମଖିଆଲ ଢଙ୍ଗରେ ଠିକାଦାର ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଉଥିବା ଦେଖାଯାଇଛି।ଗୁରୁବାର ଅପରାହ୍ନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଏଠାରେ କିଛି ଶ୍ରମିକ ଓଭର ହେଡ ଟାଙ୍କିର ଅଗ୍ରଭାଗରେ ଲୁହା ପାଇପ ଉପରେ ବସି କାମ କରୁଥିଲେ। ସେମାନଙ୍କ ପାଖରେ ସେଫଟି ବେଲ୍ଟ ନ ଥିଲା କି ହେଲମେଟ କିମ୍ବା ଅନ୍ୟ କୌଣସି ସୁରକ୍ଷା ସରଞ୍ଜାମ ରହିଥିଲା। ମୁକୁଳା ଭାବେ ଏତେ ଉଚ୍ଚରେ କାର୍ଯ୍ୟ କରିବା କେତେ ଦୂର ଠିକ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏପଟେ ଶ୍ରମ ବିଭାଗ ଏସବୁ ଜାଣିଶୁଣି ମଧ୍ୟ ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ଶ୍ରୀମେଟାଲିକରେ ଜଣେ ଶ୍ରମିକ ଏଭଳି ଭାବେ କାମ କରୁଥିବା ବେଳେ ଗଳିପଡି ପ୍ରାଣ ହରାଇଥିଲେ।