ମୁଖ୍ୟ ଖବର

ଅନୁଗୁଳରେ ଜଳଚର ପକ୍ଷୀ ଗଣନା

By Biswaranjan Pattnaik

January 19, 2026

ଅନୁଗୁଳ; ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଜଳଚର ପକ୍ଷୀ ଗଣନା ଆରମ୍ଭ ହୋଇଛି। ଜଙ୍ଗଲ ବିଭାଗର ଅଭିଜ୍ଞ କର୍ମଚାରୀଙ୍କ ସହାୟତାରେ ଡିଭିଜନ ର ବିଭିନ୍ନ ଆର୍ଦ୍ରଭୂମି ଓ ଜଳାଶୟ ଗୁଡିକରେ ଦେଖା ଦେଉଥିବା ଏହି ପକ୍ଷୀ ମାନଙ୍କ ଗଣନା କରାଯାଉଛି। ଜିଲ୍ଲାରେ ଜୈବ ବିବିଧତା ର ସୁରକ୍ଷା ପାଇଁ ଏବଂ ବିଦେଶାଗତ ଜଳ ପକ୍ଷୀଙ୍କ ସୁରକ୍ଷା ପାଇଁ କର୍ମଚାରୀ ମାନେ ସତର୍କତା ଅବଲମ୍ବନ କରି ପକ୍ଷୀ ଗଣନା ଜାରି ରଖିଛନ୍ତି। ଚଳିତ ବର୍ଷ ଅନେକ ଜଳଚର ପକ୍ଷୀଙ୍କୁ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଚିହ୍ନଟ କରିଛନ୍ତି।