ଅନ୍ୟାନ୍ୟ

ପ୍ରବଳ ବର୍ଷା ଯୋଗୁ ଘରେ ପଶିଲା ନାଳ ପାଣି, ସ୍ଥାୟୀ ସମାଧାନ ପାଇଁ ରାସ୍ତାରେ ଧାରଣା ଦେଲେ ଗାଁ ଲୋକେ

By Angul TV Bureau

August 10, 2022

ଅନୁଗୁଳ : ରାଜ୍ୟରେ ଜାରି ଅନବରତ ବର୍ଷା ଯୋଗୁଁ ସ୍ଥାନୀୟ ବଅଁରପାଳ ବ୍ଲକ ଜରାସିଂହା ଗାଁରେ ଲୋକଙ୍କ ଘରେ ପାଣି ପଶି ସ୍ଥିତି ସଂଘାତିକ ହୋଇଛି। ଏଣୁ ଉତ୍ତ୍ୟକ୍ତ ଲୋକେ ଗାଁ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁରେ ବର୍ଷା ଜଳ ପଶି ଘର ଭିତରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି। ଫଳରେ ଘରର ସବୁ ଜିନିଷ ପତ୍ର ପାଣିରେ ଭାସୁଛି। ଏହା ଦ୍ୱାରା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସନ୍ତୁଷ୍ଟ ଗାଁ ଲୋକେ ସକାଳ ୭ ଟାରୁ ପଞ୍ଚାୟତ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଜିଲ୍ଲା ପ୍ରଶାସନ ଅଧିକାରୀ ପହଞ୍ଚି ଲୋକଙ୍କର ସମସ୍ୟା ବୁଝିବା ସହ ଯଥା ଶୀଘ୍ର ଜଳ ନିଷ୍କାସନ ହେବ ବୋଲି ପ୍ରତିଶ୍ରୁତି ଦେବାରୁ ଲୋକେ ଧାରଣାରୁ ଉଠିଥିଲେ।