ମୁଖ୍ୟ ଖବର

ଡ୍ରେନ ଅଭାବରୁ ରାସ୍ତାରେ ଝରପାଣି

By Angul TV Bureau

October 16, 2025

ଅନୁଗୁଳ: ଅନୁଗୁଳ ବ୍ଲକର ବଡ଼କେରା ପଞ୍ଚାୟତର ତୁମୁଣି ଗାଁର ଦେଉଳ ସାହି ରାସ୍ତାରେ ଡ୍ରେନ ନଥିବାରୁ ପାହାଡ଼ି ଝରପାଣି ବୋହୁଛି। ଏହାରୁ ରାସ୍ତା ଶିଉଳି ପଡ଼ି ବିପଦଜନକ ହୋଇଛି। ଗାଁ ଲୋକେ, ଛୋଟ ପିଲା ଓ ଛାତ୍ରଛାତ୍ରୀ ଯିବାଆସିବାରେ ଅସୁବିଧାରେ ପଡ଼ୁଛନ୍ତି।

ଗାଁ ସଭାପତି ବରୁଣ ସାହୁ, ତାପସ ଖୁଣ୍ଟିଆ, ପ୍ରକାଶ ଖୁଣ୍ଟିଆ, ହିମାଂଶୁ ସାହୁ, ବିଜୟ ପରିଡ଼ା, ଶରତ ଦେହୁରୀ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସିମେଣ୍ଟ କଂକ୍ରିଟ ରାସ୍ତାରେ ଝରପାଣି ବୋହି ଶିଉଳି ପଡ଼ୁଛି। ଏଥିରୁ ଅନେକ ସମୟରେ ପିଲାମାନେ ପଡ଼ି ଆହତ ହେଉଛନ୍ତି ଓ ଦୁର୍ଘଟଣାର ଭୟ ରହୁଛି।

ସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ସରପଞ୍ଚ ଓ ବ୍ଲକ ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି, କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ। ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ଗାଁ ଲୋକେ ଶୀଘ୍ର ଡ୍ରେନ ନିର୍ମାଣ ପାଇଁ ଦାବି କରିଛନ୍ତି।