ମୁଖ୍ୟ ଖବର

ଓ୍ବାଟରସେଡ ମହୋତ୍ସବ ଆୟୋଜିତ, ଓ୍ବାଟରସେଡ ପ୍ରକଳ୍ପର ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ

By Angul TV Bureau

December 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିରୁ ପଞ୍ଚାୟତ ବୁଲାଝର ଠାରେ ଶୁକ୍ରବାର ଓ୍ବାଟରସେଡ ମହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲା ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଜୟଶଙ୍କର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଯୋଗ ଦେଇଥିଲେ। ଏହି ସମୟରେ ଏକ ଜଳ ଅମଳ ପ୍ରକଳ୍ପର ଲୋକାର୍ପଣ, ଏକ ଚେକଡ୍ୟାମ କାର୍ଯ୍ୟର ଭୂମିପୂଜନ, ଶ୍ରମଦାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରେ ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ପ୍ରତିଯୋଗିତାରେ ଯୋଗଦେଇ ଓ୍ବାଟରସେଡ ପ୍ରକଳ୍ପର ପ୍ରଚାର ପ୍ରସାର କରିବା ପାଇଁ ବିଭାଗୀୟ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ।