ଅନ୍ୟାନ୍ୟ

ଫୁଲପଡ଼ା ସାପ୍ତାହିକ ହାଟ ଉଦଘାଟିତ, ଏଣିକି ସବୁ ବୁଧବାର ପସରା ମେଲାଇବେ ବେପାରୀ

By Angul TV Bureau

September 07, 2022

ଅନୁଗୁଳ: ଆଜି ବଅଁରପାଳ ବ୍ଲକ ଫୁଲପଡା ରାଜସ୍ବ କାର୍ଯ୍ୟାଳୟ ସମ୍ମୁଖରେ ସାପ୍ତାହିକ ହାଟ ଆରମ୍ଭ ହୋଇଛି। ଏ ଅବସରରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ହାଟ ପରିଦର୍ଶନ କରିବା ସହ ସ୍ଥିତି ପରଖିଛନ୍ତି।

ସୂଚନା ଅନୁସାରେ, ଗତକାଲି ସାପ୍ତାହିକ ହାଟର ଭୂମି ପୂଜନ କରାଯାଇଥିଲା। ଆଗକୁ ପ୍ରତି ବୁଧବାର ଏହି ହାଟ ଅନୁଷ୍ଠିତ ହେବ। ଆଜି ଏହି ହାଟରେ ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଆସି ଯୋଗ ଦେଇଥିଲେ। ଫୁଲପଡା, ସାନ୍ତରାପୁର, ରାମିମୁଣ୍ଡା, କଲଣ୍ଡାପାଳ, ବଉଳିଗଡ଼, ତଳମୂଳ, ଖଣ୍ଡହତା ସମେତ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକ ଆସି ହାଟରୁ କିଣାକିଣି କରିଥିଲେ। ଫୁଲପଡା ପଞ୍ଚାୟତ ସହଯୋଗରେ ଏହି ହାଟ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।