ଅନ୍ୟାନ୍ୟ

ଅନୁଗୋଳ ଏସଏସଭିଏମ୍ ଯୁକ୍ତ ୨ ବିଜ୍ଞାନ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

By Biswaranjan Pattnaik

August 07, 2026

ଅନୁଗୋଳ: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଗାନ୍ଧୀମାର୍ଗ  ଆନୁକୂଲ୍ୟରେ ଯୁକ୍ତ ୨ ପ୍ରଥମବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଅଛି I

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସିଦ୍ଧନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ସାନ୍ତନୁ ସର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କୁତ୍ରିମ ବୁଦ୍ଧିମତା(AI) ବିଷୟରେ ଅବଗତ କରାଇଥିଲେ। ମୁଖ୍ୟ ବକ୍ତା ଭାବେ ଡ଼ ସୁଧାକର ପାଲ ଯୋଗଦେଇ ମହୁମାଛି ପରି ପରିଶ୍ରମୀ ହେବାକୁ ଉପଦେଶ ଦେଲେ। ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ଉପଦେଶ ଦେଇଥିଲେ I

ଏହି କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ ଅତିଥି ଓ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଏବଂ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନିଜ ନିଜର ଅନୁଭୂତି ବାଣ୍ଟିବା ସହ ନବାଗତ ଭାଇ ଓ ଭଉଣୀ ମାନଙ୍କୁ ସୁ ଉପଦେଶ ପ୍ରଦାନ କଲେ।  ଏଥିସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ ସଭାକୁ ସାଙ୍ଗ କରାଯାଇଥିଲା।