ଅନୁଗୁଳ : ତାଳଚେର ବ୍ଲକ କଂଗ୍ରେସ ସଭାପତି ବିଛନ୍ଦ ସାମଲଙ୍କ ନେତୃତ୍ୱରେ ସ୍ଥାନୀୟ ବଲହରର ଗଣପତି ଗେଷ୍ଟ ହାଉସ ଠାରେ ନବ ନିର୍ବାଚିତ ମହିଳା କଂଗ୍ରେସର ଅନୁଗୁଳ ଜିଲ୍ଲା ସଭାନେତ୍ରୀ ସବିତା ଧୀରଙ୍କୁ ତାଳଚେର ବ୍ଲକ କଂଗ୍ରେସ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ତାଳଚେରରେ କିପରି ମହିଳା କଂଗ୍ରେସକୁ ସୁଦୃଢ଼ କରାଯିବ ସେଥିପାଇଁ ସମସ୍ତେ ନିଜ ନିଜର ମତ ରଖିଥିଲେ। ଏହି ସମ୍ବର୍ଦ୍ଧିତ ସଭାରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ, ଜିଲ୍ଲା କଂଗ୍ରେସର ଉପସଭାପତି ପ୍ରଫୁଲ୍ଲ ଦାସ, କେଶବ ଭୁତିଆ, କାଳିଆ କୁଅଁର, ଗିରିଜା ମିଶ୍ର, ପୂର୍ବତନ ସରପଞ୍ଚ ବିରଞ୍ଚି ଧର, ଜଗବନ୍ଧୁ ସାମଲ, ପ୍ରବୀଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।