ଅନ୍ୟାନ୍ୟ

ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧନା

By Swagatika Samantray

July 16, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ତଥା ପ୍ରାକ୍ତନ ସାଂସଦ ବିଭୂପ୍ରସାଦ ତରାଇ ଏବଂ ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କୁ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା ଦିଆଯାଇଛି। ସୂଚନା ମୁତାବକ, ଏସସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ମାନଙ୍କ ଏକ ଗୁରୁତ୍ୱପୂର୍ଣ ବୈଠକ ରବିବାର ଦିନ ଅନୁଗୁଳରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏ ପରିପେକ୍ଷୀରେ ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ଶ୍ରୀ ତରାଇ ଏବଂ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ମଲ୍ଲିକ ଶନିବାର ଅନୁଗୁଳ ଡାକବଙ୍ଗଳା ଠାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଅଜୟ ଗୋଛାୟତ, ଏସସି ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଅନିଲ ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ଶ୍ରୀ ତରାଇଙ୍କ ସହ ଏସସି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ରାଜ୍ୟ ଏସସି ମୋର୍ଚ୍ଚା ଉପସଭାପତି ମାନିଯୋର ଆର୍ଯ୍ୟ, ରାମାବିଶ ଡିଗଲ, ଚନ୍ଦନ ସ୍ୱରାଜ, ରାଜ୍ୟ ଏସସି ମୋର୍ଚ୍ଚା ସମ୍ପାଦକ କୀର୍ତନ ଦାସ, ରାଜ୍ୟ ଏସସି ମୋର୍ଚ୍ଚା କୋଷାଧକ୍ଷ ଜଗନ୍ନାଥ ବେହେରା ପ୍ରମୁଖ ଅନୁଗୁଳରେ ପହଞ୍ଚିଛନ୍ତି।