ଅନ୍ୟାନ୍ୟ

ଟପ୍ପରଙ୍କୁ ସମ୍ମାନ: ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟରେ ଯୁକ୍ତ ଦୁଇ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

By Angul TV Bureau

June 09, 2024

ତାଳଚେର: ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ତାଳଚେରର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷାରେ ସମୁଦାୟ ୮୬ ପ୍ରତିଶତ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ପ୍ରଜ୍ଞା ପରମିତା ପ୍ରଧାନ କଲେଜ ଟପ୍ପର ହୋଇଥିବା ବେଳେ ୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଆଜି କଲେଜ ପକ୍ଷରୁ ଅଧ୍ୟକ୍ଷା ଶିବାନୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ କୃତି ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ କଲେଜର ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।