ମୁଖ୍ୟ ଖବର

ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

By Sanjeeb Biswal

April 21, 2021

ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଅଭାବନୀୟ ଘଟଣା। ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି। ମୃତକ ଅନୁଗୁଳ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣା ପଡିଛି। ସୂଚନା ମୁତାବକ ହରି ଓରଫ ଅରକ୍ଷିତ ବାଲିପଟାର ଚୌଧୁରୀ ସାହୁଙ୍କ ୱେଲଡିଂ ଦୋକାନରେ ୪ବର୍ଷ ଧରି ମିସ୍ତ୍ରୀ ଭାବେ କାମ କରୁଥିଲେ । ସେ ଦୋକାନରେ ହିଁ ରହୁଥିଲେ । ଆଜି ସକାଳ ପ୍ରାୟ ୬ଟା ୩୦ ମିନିଟରେ ଚୌଧୁରୀ ଦୋକାନ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ସଟ୍ଟର୍ ଖୋଲି ଦୋକାନ ଭିତରକୁ ପଶିବା ପରେ ହରିଙ୍କ ଝୁଲନ୍ତା ଅବସ୍ଥାରେ ଦେଖି ଚୌଧୁରୀ ପୁଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।