ମୁଖ୍ୟ ଖବର

କେବେ ସୁଧୁରିବେ ଏମାନେ ? ବିପଦସଂକୁଳ ଅବସ୍ଥାରେ ବସ୍ ପଛପଟେ ଠିଆ ହୋଇ ଯାତ୍ରା କରୁଛନ୍ତି କଲେଜ ଛାତ୍ର

By Angul TV Bureau

October 31, 2022

ଅନୁଗୁଳ: କଲେଜ ଛାତ୍ରଙ୍କୁ ବିପଦ ସଂକୁଳ ଅବସ୍ଥାରେ ନେଉଥିବା ଏକ ବସର ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଏହି ଭିଡିଓ ଅନୁଗୁଳ ଜିଲ୍ଲା ବନ୍ତଳାର ବୋଲି ଜଣାଯାଇଛି।

ସୂଚନା ମୁତାବକ, ଆଜି ବନ୍ତଳାଠାରେ ଏକ ବସ(OR19H3533) କଲେଜ ଛାତ୍ରଙ୍କୁ ଅତି ବିପଦପୂର୍ଣ୍ଣ ଭାବେ ନେଇଯାଉଥିଲା। କିଛି ଛାତ୍ର ବସ୍ ପଛ ପଟେ ଠିଆ ହୋଇ ଯାତ୍ରା କରୁଥିବା ଦେଖାଯାଇଥିଲା। ଏହା ଦେଖି ଗଣମାଧ୍ୟମର ପ୍ରତିନିଧି ବସକୁ ଅଟକାଇ ପ୍ରଶ୍ନ କରିଥିଲେ ମଧ୍ୟ ଡ୍ରାଇଭର ପିଲାଙ୍କୁ ସେମିତି ବିପଦ ସଂକୁଳ ଅବସ୍ଥାରେ ନେଇ ଚାଲି ଯାଇଥିଲେ। ତେବେ ଏଠାରେ ଯଦି ପିଲାଙ୍କର କିଛି ଅସୁବିଧା ହୁଏ କିମ୍ବା ଗାଡ଼ିରୁ କେହି ଗଳି ପଡ଼ନ୍ତି ତେବେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହି ଘଟଣା ନେଇ ବନ୍ତଳା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିବା ଜଣାଯାଇଛି।