ଅନ୍ୟାନ୍ୟ

ସ୍କୁଲ ସ୍ଥାପନା ଦିବସ, କେଉଁଟି ଠିକ୍; ୧୬/୮ ନା ୧୯/୮

By Angul TV Bureau

July 15, 2021

ଅନୁଗୁଳ: ସ୍କୁଲ ହେଉଛି ଶିକ୍ଷାର ଏନ୍ତୁଡ଼ିଶାଳ। ଏଠି ଠିକ ଲେଖାଯାଏ,ଠିକ ପଢା ଯାଏ, ସବୁକଥା ଶୃଙ୍ଖଳିତ ହୁଏ। ଏଭଳି କ୍ଷେତ୍ରରେ ଅନୁଗୁଳ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଫଳକରୁ ସ୍ଥାପନା ଦିବସ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସ୍କୁଲ ଫଳକରେ ଦୁଇ ଭିନ୍ନ ତାରିଖ ଉଲ୍ଲେଖ ରହିଛି। ସ୍କୁଲର ସାମନା ଗେଟରେ ପ୍ରତିଷ୍ଠା ଦିବସ ୧୬.୮.୧୯୬୭ ଲେଖା ଥିବାବେଳେ ଭିତର ଗେଟ ରେ ୧୯.୮.୧୯୬୭ ଲେଖା ଅଛି। ଏହା ଲିଖନ ତ୍ରୁଟି ନା ଅନ୍ୟ କିଛି ସ୍କୁଲ କର୍ତ୍ତୃପକ୍ଷ ସ୍ପଷ୍ଟ କଲେ ଛାତ୍ରଛାତ୍ରୀ, ଅଭିଭାବକ ତଥା ଜନସାଧାରଣଙ୍କ ସଂଶୟ ଦୂର ହୋଇପାରନ୍ତା।