ମୁଖ୍ୟ ଖବର

ପୂରଣ ହେଲା ଆଶା: ନାତିଡ଼ିରେ ହେଲା ଓଭରବ୍ରିଜର ପ୍ରଶସ୍ତିକରଣ ଏବଂ ଆଲୋକୀକରଣ

By Angul TV Bureau

April 29, 2026

ଅନୁଗୋଳ : ପୂରଣ ହେଲା ଦୀର୍ଘ ଦିନର ଆଶା। ହେଲା ଓଭରବ୍ରିଜର ପ୍ରଶସ୍ତିକରଣ ଏବଂ ଆଲୋକୀକରଣ। ତାଳଚେର ବ୍ଲକ ଅନ୍ତର୍ଗତ ନାତିଡି ଠାରେ ଓଭରବ୍ରିଜର ପ୍ରଶସ୍ତିକରଣ ଓ କଳିଙ୍ଗ ଡିଏଭି ଛକରୁ ନାତିଡି ଗ୍ରାମ ପର୍ଯ୍ୟନ୍ତ ଆଲୋକୀକରଣର ଶୁଭ ଉଦଘାଟନ ହୋଇଛି। ଏହି ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ବ୍ରଜକିଶୋର ପ୍ରଧାନ ଯୋଗଦେଇଥିଲେ ।

ଏହାସହ ଅନ୍ୟ ଅତିଥିଙ୍କ ମଧ୍ୟରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ କୁମାର ପ୍ରଧାନ, ବିଜୁ ଜନତା ଦଳର ବରିଷ୍ଠ କର୍ମୀ ଶ୍ରୀଯୁକ୍ତ ମୁରଲୀ ଧର୍ ସାହୁ, ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ପ୍ରଧାନ, ଜିଲ୍ଲା ଯୁବ ଉପ ସଭାପତି ଲିପୁନା ଭୁକ୍ତା, ଡଅଁରା ଗ୍ରାମ ପଞ୍ଚାୟତର ସରପଞ୍ଚ ନନ୍ଦ କିଶୋର ବେହେରା, କର୍ଣ୍ଣପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରଦୀପ କୁମାର, ଧରମପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ତାରିଣୀ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏକ ବର୍ଣ୍ଣଧ୍ୟ୍ୟ ପରିବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୀର୍ଘଦିନରୁ ସ୍ଥାନୀୟ ଲୋକେ ଦାବି କରିଥିବାବେଳେ ଏବେ ସେମାଙ୍କ ଆଶା ପୂରଣ ହୋଇଥିବାବେଳେ ଧନ୍ୟବାଦ ଜଣାଇଛନ୍ତି।