ମୁଖ୍ୟ ଖବର

‘ଜୀବେଦୟା’ କାର୍ଯ୍ୟକ୍ରମରେ ବ୍ୟାପକ ଚଢ଼ାଉ: ଅନୁଗୁଳ ବନଖଣ୍ଡ ପକ୍ଷରୁ କମ୍ବିଂ ଅପରେସନ

By Angul TV Bureau

April 28, 2026

​ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ବନ୍ୟପ୍ରାଣୀ ସୁରକ୍ଷା ଓ ଶିକାରୀଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଏକ ବ୍ୟାପକ କମ୍ବିଂ ଅପରେସନ ଅନୁଷ୍ଠିତ ହୋଇଯାଇଛି। ‘ଜୀବେଦୟା’ କାର୍ଯ୍ୟକ୍ରମ ଅଧୀନରେ ୨୮ ଏପ୍ରିଲ ୨୦୨୬ରେ ଅନୁଗୁଳ ଡିଏଫଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସ୍ପେଶାଲ ଡ୍ରାଇଭ୍ କରାଯାଇଥିଲା।

ବନଖଣ୍ଡର ସମସ୍ତ ରେଞ୍ଜରେ ଏକକାଳୀନ ହୋଇଥିବା ଏହି ଅପରେସନରେ ରେଞ୍ଜ ଅଫିସର, ଫରେଷ୍ଟର, ବନରକ୍ଷୀ, ସ୍କ୍ଵାଡ୍ ସଦସ୍ୟ ଏବଂ ଗଜ ମିତ୍ରମାନେ ସାମିଲ ହୋଇଥିଲେ। ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଘର ଚଢ଼ାଉ ଓ ସର୍ଚ୍ଚ ଅପରେସନ କରାଯାଇ ବନ୍ୟପ୍ରାଣୀ ଶିକାର, ଜବରଦଖଲ ଏବଂ ବେଆଇନ କାଠ ଚୋରା ଚାଲାଣ ରୋକିବାକୁ ଗୁରୁତ୍ୱ ଦିଆଯାଇଛି।

ବନ୍ୟପ୍ରାଣୀଙ୍କ ରୋଗ ନିରାକରଣ ଓ ପରିବେଶର ସନ୍ତୁଳନ ରକ୍ଷା କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। କର୍ତ୍ତବ୍ୟନିଷ୍ଠା ସହ କାର୍ଯ୍ୟ ସମ୍ପାଦନ କରିଥିବାରୁ ବିଭାଗ ପକ୍ଷରୁ ‘ଗ୍ରୀନ୍ ୱାରିୟର୍ସ’ ବା ସବୁଜ ଯୋଦ୍ଧାମାନଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଓ ଜୈବ ବିବିଧତା ବଜାୟ ରଖିବାକୁ ବନ ବିଭାଗ ଏଭଳି ପଦକ୍ଷେପ ଜାରି ରଖିବ ବୋଲି ସୂଚନା ମିଳିଛି।