ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଶାଳବଣୀସାହିର ସୁନିତା ବେହେରା ତାଙ୍କ ସ୍ୱାମୀ ହାଡ଼ିବନ୍ଧୁ ଶଙ୍ଖାରୀଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ କରିଛନ୍ତି। ମଙ୍ଗଳବାର ହଣ୍ଡପା ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ନମ୍ବର ୩୪୫/୨୫ ରୁଜୁ କରିଛି। ସୁନିତା ୨୦୨୨ ମସିହାରେ ହାଡ଼ିବନ୍ଧୁଙ୍କୁ ବିବାହ କରିଥିଲେ, କିନ୍ତୁ କୌଣସି କାରଣ ବିନା ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।