ଘଟଣା ଓ ଦୁର୍ଘଟଣା

ଘରକୁ ଫେରିବା ବେଳେ ଦୁର୍ଘଟଣା: ମୁଣ୍ଡ ଉପରେ ଅଜଣା ଗାଡ଼ି ଚଢ଼ିଯିବାରୁ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

By Angul TV Bureau

August 31, 2023

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ୧୪୯ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ତାଳଚେର ବଜାରରୁ ଟାଇଲସ ଦେଖି ସ୍ୱାମୀଙ୍କ ସହ ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ଯୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ତାଳଚେର ଶର୍ମାଛକ ବାସିନ୍ଦା ପୁଷ୍ପାଞ୍ଜଳି ସାହୁ ତାଙ୍କ ସ୍ବାମୀ ସୁରଥ ସାହୁଙ୍କ ସହ ତାଳଚେର ବଜାରକୁ ଆସିଥିଲେ। ବଜାରରେ ସେ ଘର ପାଇଁ ଟାଇଲସ ଦେଖି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥର ବାଇପାସ ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ସ୍କୁଟିରେ ଯାଉଥିବା ଦମ୍ପତି ପଡ଼ିଯିବା ପରେ ପୁଷ୍ପାଞ୍ଜଳିଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ସ୍ୱାମୀ ସୁରଥ ମଧ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଛି।