ଘଟଣା ଓ ଦୁର୍ଘଟଣା

ଘରୋଇ କଳିର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

By Angul TV Bureau

June 05, 2025

ଅନୁଗୁଳ: ସାମାନ୍ୟ ଝଗଡ଼ାରୁ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର।ପାଳଲହଡ଼ା ଥାନା ଅନ୍ତର୍ଗତ ପେଚାମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ, ଗୀତା ମୁଣ୍ଡା ଓ ତାଙ୍କ ସ୍ୱାମୀ ସିଧୁ ମୁଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇ ଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସିଧୁ ଏକ ଟାଙ୍ଗିଆରେ ସ୍ତ୍ରୀ ମୁଣ୍ଡକୁ ହାଣି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ଗୀତାଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ପାଳଲହଡ଼ା ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି। ଅନ୍ୟପଟେ ସ୍ତ୍ରୀକୁ ଆକ୍ରମଣ କରିବା ପରେ ସ୍ୱାମୀ ସିଧୁ ମୁଣ୍ଡା ଫେରାର ଥିବା ସୂଚନା ମିଳିଛି।