ମୁଖ୍ୟ ଖବର

ନାଲକୋ ପ୍ଲାଣ୍ଟ ପରିସରରେ ବାରହା ଆତଙ୍କ, ଯୁବକ ଆହତ

By Angul TV Bureau

December 24, 2023

ନାଲକୋ ନଗର: ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ କାରଖାନା ଗେଟ ପାଖକୁ ଆଜି ଏକ ବାରହା ପଶି ଆସି ଆତଙ୍କ ସୃଷ୍ଟି କରିଛି। ବାରହାଟି ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଛି।

ସୂଚନା ମୁତାବକ, ମହାରାଷ୍ଟ୍ରରୁ ଆସିଥିବା ଟ୍ରକ (ଏମ.ଏଚ.୧୫.ଏଚ.ଡବ୍ଲୁ ୫୫୬୨) ର ଚାଳକ ସୋନୁ ବର୍ମା (୩୮) ପ୍ଲାଣ୍ଟ ଗେଟ ସମ୍ମୁଖରେ ଥିବା ଶୌଚାଳୟରୁ ଗାଡ଼ି ପାଖକୁ ଆସୁଥିବା ବେଳେ ପଛରୁ ଏକ ଜଙ୍ଗଲୀ ବାରହା ଆକ୍ରମଣ କରିଥିଲା। ଫଳରେ ସୋନୁ ତଳେ ପଡ଼ିଯାଇଥିଲା। ସୋନୁଙ୍କ ହାତ ଓ ଗୋଡ଼କୁ ବାରହା କାମୁଡି ଗୁରୁତର କରିଥିଲା। ସିଆଇଏସଏଫ ଯବାନ ବାରହା ଠାରୁ ସୋନୁକୁ ମୁକୁଳାଇ ନାଲକୋ ଡାକ୍ତରଖାନାକୁ ପଠାଇ ଥିଲେ। ପରେ ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ପଠା ଯାଇଥିଲା। ଖବର ପାଇ ଅନୁଗୁଳ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅପରପକ୍ଷରେ ହିଂସ୍ର ବାରହାକୁ ସ୍ଥାନୀୟ ଲୋକେ ମାରି ଦେଇଥିବା ଜଣାପଡ଼ିଛି।