ଘଟଣା ଓ ଦୁର୍ଘଟଣା

ବନ୍ଦାଣପଶି ରୁ ୪୦ କେଜି ବାରହା ମାଂସ ଜବତ: ୨ ଗିରଫ

By Biswaranjan Pattnaik

November 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖିଣ୍ଡା ସେକ୍ସନ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପକ୍ଷରୁ କନ୍ତମେଘ-୧ ବିଟ ଅନ୍ତର୍ଗତ ବନ୍ଦାଣପଶି ଗାଁ ଢିପାମାଳ ସାହିରେ ବାରହା ମାଂସ ଭାଗ ବଣ୍ଟା ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଜି ସେଠାରେ ଚଢ଼ାଉ କରାଯାଇଥିଲା।

ସେଠାରୁ ୪୦ କେଜି ବାରହା ମାଂସ,ପ୍ରାୟ ଦୁଇ କେଜି ଜିଆଇ ତାର,ବାଡି,କାଚ ବୋତଲ ଆଦି ଜବତ କରାଯାଇଥିଲା। ଘଟଣା ସ୍ଥଳରୁ ଧରମା ସାହୁ ଓ କପିଳ ସାହୁଙ୍କୁ ଗିରଫ କରାଯାଇଥିଲା। ଜବତ ମାଂସକୁ ଅଧିକ ତଦନ୍ତ ପାଇଁ ବନ୍ତଳା ରେଞ୍ଜ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଚଢାଉରେ ରେଞ୍ଜ ଅଫିସର ନୀଳାଦ୍ରିନାଥ ସାହୁ, ଫରେଷ୍ଟର ଶ୍ରୀନିବାସ ସାହୁ ଏବଂ ଫରେଷ୍ଟ ଗାର୍ଡ ସିତୁ ବେହେରା,ଲିପକ୍ ବେହେରା, ଦୀପକ ମହାନ୍ତି ଏବଂ ହାତୀ ସ୍କ୍ୱାର୍ଡର ଯୋଗେଶ ସ୍ୱାଇଁ,ସୁମନ୍ତ ସାହୁ ପ୍ରମୁଖ ସାମିଲ ଥିଲେ ।