ମୁଖ୍ୟ ଖବର

ଜିଲ୍ଲା ଯୋଜନା କମିଟି ନିର୍ବାଚନ: ୧୦ ଆସନରେ ବିଜେଡିର ବିଜୟ, ନବୀନଙ୍କୁ ସାକ୍ଷାତ କଲେ ବିଜୟୀ ପ୍ରାର୍ଥୀ

By Angul TV Bureau

August 06, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ ୧୦ଟି ଆସନରେ ବିଜୟ ଲାଭ କରିଛି। ଏହି ବିଜୟ ପରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଜୟୀ ପ୍ରାର୍ଥୀମାନେ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ଗ୍ରହଣ କରିଛନ୍ତି।

ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସାକ୍ଷାତ କରିଥିଲେ। ଏହି ଅବସରରେ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଢେଙ୍କାନାଳ ଲୋକସଭା ସାଂସଦ ପ୍ରାର୍ଥୀ ଡଃ ଅବିନାଶ ସାମଲ, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା, ମୁକେଶ ପାଲ, ବରିଷ୍ଠ ନେତା ବିପ୍ଳବ ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଉପାଧ୍ୟକ୍ଷା ରଶ୍ମିତା ସେଠୀ ଓ ସମସ୍ତ ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା, ଅନୁଗୋଳ ବାର୍ ଆସୋସିଏସନ ସଭାପତି ଦିଲ୍ଲୀପ ସାହୁଙ୍କ ସମେତ ଜିଲ୍ଲା କମିଟିର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ବିଜୟ ପାଇଁ ସମସ୍ତ କର୍ମୀ, ସମର୍ଥକ ଓ ଅନୁଗୁଳବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲା ନେତୃତ୍ୱ।