ଅନ୍ୟାନ୍ୟ

ନାଲକୋ ୟୁନିଟ ୟୁଥ୍ ହଷ୍ଟେଲ ଆସୋସିଏସନର ରାଜ୍ୟସ୍ତରୀୟ ଶୀତ କାଳୀନ ଟ୍ରେନିଂ ଉଦଯାପିତ

By Angul TV Bureau

February 05, 2024

ଅନୁଗୁଳ: ସ୍ଥାନୀୟ ଟିକରପଡ଼ା ବନାଞ୍ଚଳ କରତପଟା ନିକଟସ୍ଥ ବାଘୁଆପାଟ ଠାରେ ୟୁଥ୍ ହଷ୍ଟେଲ ଆସୋସିଏସନ୍ ନାଲକୋ ୟୁନିଟର ରାଜ୍ୟସ୍ତରୀୟ ଶୀତକାଳୀନ ଟ୍ରେନିଂ ୨୦୨୪ ରବିବାର ଉଦଯାପିତ ହୋଇଛି।

ସୂଚନା ମୁତାବକ, ଶନିବାର ରାତିରେ କ୍ୟାମ୍ପ ଫାୟାର ସହ ରବିବାର ସକାଳେ ୟୁଥ୍ ହଷ୍ଟେଲର ସଦସ୍ୟ ଓ ସ୍ଥାନୀୟ ସୁଜିତ୍ ଗୁରୁକୁଳ ଶିକ୍ଷାନୁଷ୍ଠାନର ଛାତ୍ରମାନେ ବଣ ଜଙ୍ଗଲ ମଧ୍ୟରେ ୪ କିମି ଦୁର୍ଗମ ପଥ ଚାଲିଚାଲି ବୁଲିଥିଲେ। ଏ ଅବସରରେ ଜଙ୍ଗଲ ଅଧିକାରୀ ଓ ଜୈବ ବିବିଧତା ଏକ୍ସପର୍ଟମାନେ ଛାତ୍ରଙ୍କୁ ଜୈବ ବିବିଧତା ବିଷୟରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜଙ୍ଗଲ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ , ନୀଳାଦ୍ରି ସାହୁ, ମନୋରଞ୍ଜନ ପରିଡ଼ା ଓ ୟୁଥ୍ ହଷ୍ଟେଲର କାର୍ଯ୍ୟକର୍ତ୍ତା ପ୍ରହ୍ଲାଦ ପଟ୍ଟନାୟକ, ଦିଲ୍ଲୀପ ଦାସ, ସରୋଜ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।