ମୁଖ୍ୟ ଖବର

ମହିଳାଙ୍କୁ ହତ୍ୟା ଧମକ ଅଭିଯୋଗ, ମାମଲା ରୁଜୁ

By Angul TV Bureau

September 04, 2025

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ କରଡ଼ାବଣି ସାହିର ସୁକାନ୍ତି ରାଉଳଙ୍କୁ ସେହି ଗାଁର ଶମ୍ଭୁ ନାୟକ, ତାଙ୍କ ପତ୍ନୀ ରଜନୀ ନାୟକ ଓ ପୁଅ ଚିକୁ ନାୟକ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ସୁକାନ୍ତି ବୁଧବାର ହଣ୍ଡପା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ଅଭିଯୋଗ ନମ୍ବର ୩୩୧/୨୫ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ସୁକାନ୍ତି ତାଙ୍କ ଘରେ ଥିବା ବେଳେ ଉକ୍ତ ତିନିଜଣ କୌଣସି କାରଣ ବିନା ତାଙ୍କ ଘରେ ପଶି ଝରକା ଭାଙ୍ଗିଥିଲେ। ପରେ ତାଙ୍କୁ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।