ଘଟଣା ଓ ଦୁର୍ଘଟଣା

ବୟଷ୍କ ବ୍ୟକ୍ତଙ୍କୁ ମାଡ଼ମାରି ମହିଳା ଗିରଫ

By Angul TV Bureau

January 08, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନୂଆ ବଡ଼ଦାଣ୍ଡ ସାହିରେ ଜଣେ ବ୍ୟକ୍ତିଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଗାଁର ରସାନନ୍ଦ ନାଏକ ଓ ଜଶୋମତି ନାଏକଙ୍କ ପରିବାର ମଧ୍ୟରେ ସାମାନ୍ୟ ଘଟଣାକୁ ନେଇ ଶନିବାର ପାଟିଗୋଳ ହୋଇଥିଲା। ଉଭୟଙ୍କ ମଧ୍ୟରେ ମାଡ଼ପିଟ ପର୍ଯ୍ୟନ୍ତ କଥା ପଳାଇଥିଲା। ତେବେ ଜଶୋମତି ନାଏକ(୩୮) ଏକ ଠେଙ୍ଗାରେ ରସାନନ୍ଦ(୫୮)ଙ୍କ ମୁଣ୍ଡକୁ ପିଟିଥିଲେ। ଫଳରେ ରସାନନ୍ଦ ଗୁରୁତର ଆହତ ହୋଇଥିଲେ। ଏ ନେଈ ରସାନନ୍ଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତା ଜଶୋମତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।