ମୁଖ୍ୟ ଖବର

ବ୍ରାଉନ ସୁଗାର ଜବତ: ମହିଳା ଗିରଫ

By Angul TV Bureau

January 09, 2026

ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ବୋଲ ଜଣାପଡିଛି। ଗିରଫ ମହିଳା ହେଲେ ହେମସୁରପଡା ମୋଚି ସାହିର ନମିତା ପଲେଇ। ଶୁକ୍ରବାର ଅପରାହ୍ନରେ ଅନୁଗୁଳ ଅବକାରୀ ଅଧିକାରୀମାନେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ହେମସୁରପଡା ମୋଚି ସାହିରେ ଚଢ଼ାଉ କରି ନମିତାଙ୍କୁ ଗିରଫ କରିଥିଲେ।