ଘଟଣା ଓ ଦୁର୍ଘଟଣା

ଶୀତରୁ ରକ୍ଷା ପାଇଁ ନିଆଁ ଜାଳିଥିଲେ ମହିଳା, ନିଜେ ପୋଡ଼ିଗଲେ; ହସ୍ପିଟାଲରେ ଭର୍ତ୍ତି

By Angul TV Bureau

December 11, 2025

ଅନୁଗୁଳ: ଶୋଇଥିବା ବେଳେ ପୋଡ଼ିଗଲେ ମହିଳା।ନିଆଁରେ ପୋଡ଼ିଥିବା ମହିଳା ହେଲେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ରାଇପାଳ ଗ୍ରାମର ପାକିଲି ନାୟକ (୬୫)।

ରାତିରେ ଶୀତରୁ ରକ୍ଷା ପାଇବାକୁ ପାକିଲି ନିଆଁ ଜାଳିଥିଲେ। କିନ୍ତୁ ରାତିରେ ଶୋଇଥିବା ବେଳେ ଅସାବଧାନତାବଶତଃ ଉକ୍ତ ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା। ଫଳରେ ପାକିଲିଙ୍କ ଶରୀରର ୫୦ ଭାଗ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।