ଅନୁଗୁଳ: ଅନୁଗୁଳ ସହରର ମିଶ୍ରପଡ଼ାରେ ଜଣେ ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ମିଶ୍ରପଡ଼ାର ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ଘରେ ଜଣେ ଶ୍ରମିକ ଶ୍ରେଣୀର ସ୍ବାମୀ ସ୍ତ୍ରୀ ଭଡ଼ାରେ ରହୁଥିଲେ। ତେବେ ରବିବାର ସକାଳେଦେଖିଲା ବେଳକୁ ଘର ପଛପାଖରେ ଥିବା ଏକ ଆମ୍ବ ଗଛରେ ସେକ ଲାଲଟୁଙ୍କ ସ୍ତ୍ରୀ ରୀନା ବର୍ଲ୍ଲା(୩୦)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏ ନେଇ ସୂଚନା ପାଇବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମ୍ୟତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଛି।