ଘଟଣା ଓ ଦୁର୍ଘଟଣା

ହାତୀ ଆକ୍ରମଣରେ ମହିଳା ଗୁରୁତର, ଗତ କାଲି ଯାଇଥିଲା ଦୁଇ ଜଣଙ୍କ ଜୀବନ

By Angul TV Bureau

April 25, 2023

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ତଳଗଡ଼ ପଞ୍ଚାୟତ ପୋଡ଼ାସାହିର ନନ୍ଦିନୀ ଝାଙ୍କର(୪୦) ଆଜି ସକାଳୁ ଘର ନିକଟରେ ଥିବା ବଗିଚାକୁ କୌଣସି କାର୍ଯ୍ୟ ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ପ୍ରକାଶ ଯେ ଗତକାଲି ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା।