ଘଟଣା ଓ ଦୁର୍ଘଟଣା

ବଜ୍ରପାତରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

By Sanjeeb Biswal

September 29, 2022

ଛେଣ୍ଡିପଦା/ ଅନୁଗୁଳ: ବଜ୍ରପାତରେ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ପାଟକୁମୁଣ୍ଡା ପଞ୍ଚାୟତ ବାଘୁଆବୋଲର ବିଜୟ ନାଏକଙ୍କ ସ୍ତ୍ରୀ ବିନତୀ (୩୭) ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ବିନତୀ ୪ ମାସ ହେବ ନୂଆପଡ଼ାସ୍ଥିତ ବାପଘରେ ରହୁଥିଲେ। ଗୁରୁବାର ଅପରାହ୍ନରେ ବିନତୀ ଘରେ ବସିଥିବା ବେଳେ ଘରଠାରୁ ଅଳ୍ପ ଦୂରରେ ଥିବା ଏକ ଗଛରେ ବଜ୍ରପାତ ପଡ଼ିଥିଲା। ଏହା ପ୍ରଭାବରେ ଘରେ ବସିଥିବା ବିନତୀ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ବାମ ଗୋଡ଼ ହାତ ଅଚଳ ହୋଇ ପଡ଼ିଥିବା ଜଣାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲିଛି।