ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ତାଳଚେର ବ୍ଲକ୍ କଙ୍କିଳି ଗାଁ ହନୁମାନ ମନ୍ଦିର ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଗାଁ ଲୋକେ ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କ ଶବ ଦେଖିଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିଲା। ତେବେ ଗାଁ ଲୋକେ ପହଞ୍ଚି ମୃତ ମହିଳା ଶିରିଗିଡାର ସ୍ବର୍ଗତ ଅଜୁ ଭୂତିଆଙ୍କ ସ୍ତ୍ରୀ ଅଶାନ୍ତି ଭୂତିଆ ବୋଲି ଚିହ୍ନଟ କରିଥିଲେ। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।