ମୁଖ୍ୟ ଖବର

ପୁଣି ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ, ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ମାରିଲା ଦନ୍ତା

By Angul TV Bureau

May 12, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଜାମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣ ଜଣେ ବୃଦ୍ଧା ମୃତ୍ୟୁ ଘଟିଛି। ମୃତକ ଜାମୁଣ୍ଡା ଗ୍ରାମର ବୈଦେଇ ପ୍ରଧାନ (୭୦) ବୋଲି ଜଣାଯାଇଛି।

ବୈଦେଇ ଆଜି ସକାଳେ ଆମ୍ବ ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।ସେଠାରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତକଙ୍କୁ ତାଙ୍କ ପରିବାର ଲୋକ ଅନୁଗୁଳ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଣି ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।