ଘଟଣା ଓ ଦୁର୍ଘଟଣା

ବାରହା ଆକ୍ରମଣରେ ମହିଳା ମୃତ

By Swagatika Samantray

May 15, 2022

ଅନୁଗୁଳ: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ଗାଁରେ ବାର୍ହା ଅକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର ରୁପା ବେହେରା(୫୩) ଶନିବାର ଗାଁ ପାଖ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ସେଠାରେ ତାଙ୍କୁ ବାର୍ହା ଆକ୍ରମଣ କରିଥିଲା। ଗରୁତର ଆହତ ଅବସ୍ଥାରେ ତାଙ୍କୁ ହିନ୍ଦୋଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ଅନୁଗୁଳ ପୁଲିସ ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଛି।