ଘଟଣା ଓ ଦୁର୍ଘଟଣା

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

By Swagatika Samantray

July 21, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁରେ ବୁଧବାର ବିଳମ୍ବିତ ରାତିରେ ସାପକାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗାଁର ସୁଦର୍ଶନ ବେହେରାଙ୍କ ସ୍ତ୍ରୀ ସୁକାନ୍ତି ବେହେରା(୩୫) ରାତିରେ ଘରେ ଶୋଇଥିଲେ। ତାଙ୍କୁ ବିଳମ୍ବିତ ରାତିରେ ସାପ କାମୁଡ଼ିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇବାପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଛି।