ଘଟଣା ଓ ଦୁର୍ଘଟଣା

କୂଅରେ ଖସି ପଡ଼ିଲେ ମହିଳା, ଉଦ୍ଧାର କଲା ଦମକଳ ବାହିନୀ

By Angul TV Bureau

April 10, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମର ଏକ କୂଅରେ ଜଣେ ମହିଳା ଖସି ପଡ଼ିଥିବା ବେଳେ ତାଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛି।

ସୂଚନା ମୁତାବକ, ସନ୍ତ୍ରୀ ଗ୍ରାମକୁ ଆସିଥିବା ଜଣେ ମହିଳା କୂଅରେ କୌଣସି କାରଣରୁ ଖସି ପଡିଥିଲେ। ଖବର ପାଇ ବଅଁରପାଳ ଦମକଳ ବାହିନୀ ପହଞ୍ଚି ମହିଳାକୁ କୂଅରୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ବଅଁରପାଳ ଚିକିତ୍ସାଳୟ ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଆହତ ମହିଳାଙ୍କ ପରିଚୟ ମିଳିପାରି ନାହିଁ।