ଘଟଣା ଓ ଦୁର୍ଘଟଣା

ଜୀବନ ହାରିଲେ ମହିଳା, ଆତ୍ମହତ୍ୟା ସନ୍ଦେହ

By Angul TV Bureau

May 05, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅନ୍ତର୍ଗତ ବିଯିଗୋଳ ଗାଁରେ ଆଜି ଏକ ଘର ଭିତରେ ଜଣେ ବିବାହିତା ମହିଳାଙ୍କ ଶବ ଝୁଲୁଥିବା ଜଣାପଡିଛି। ସେ ସେହି ଗ୍ରାମର ଲକ୍ଷ୍ମଣ ସାହୁଙ୍କ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ସାହୁ (୨୮)।

ସୂଚନା ଯେ, ଭାଗ୍ୟଲକ୍ଷ୍ମୀ ନିଜ ପୁରୁଣା ଘରେ ଶାଢୀରେ ଫାଶୀ ଲଗାଇ ଝୁଲୁଥିବା ସନ୍ଧ୍ୟାରେ ଜାଣିବା ପରେ ଘରଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ଶବ  ବ୍ୟବଛେଦ ପାଇଁ ତାଳଚେର ପଠାଯିବ ବୋଲି ପୁଲିସ ସୂଚନା ଦେଇଛି।