ମୁଖ୍ୟ ଖବର

ନାଗ ସାପ କାମୁଡ଼ାରେ ମହିଳା ଗୁରୁତର: ସାପ ଧରି ମେଡିକାଲରେ ପହଞ୍ଚିଲେ ପରିବାର

By Angul TV Bureau

June 27, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୁରୁଣାଗଡ଼ ବଣିଆ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଅଗଣାରେ ବସିଥିବା ବେଳେ ଏକ ବିଷାକ୍ତ ନାଗ ସାପ କାମୁଡ଼ାରେ ସଞ୍ଜୁକ୍ତା ବାରିକ (୫୦) ନାମ୍ନୀ ଜଣେ ମହିଳା ଗୁରୁତର ହୋଇପଡ଼ିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ସଞ୍ଜୁକ୍ତା ନିଜ ଘର ଅଗଣାରେ ବସିଥିବା ସମୟରେ ହଠାତ୍ ଏକ ନାଗ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ଏକ ଟାଟା ମ୍ୟାଜିକ୍ ଯୋଗେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ। ଚିକିତ୍ସା ପାଇଁ ସାପକୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ତାଙ୍କ ଦିଅର ଶରତ ବାରିକ ଉକ୍ତ ସାପଟିକୁ ଧରି ମେଡିକାଲରେ ପହଞ୍ଚିଥିଲେ। ବର୍ତ୍ତମାନ ସଞ୍ଜୁକ୍ତା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରୀ ଦଳ ନଜର ରଖିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।