ମୁଖ୍ୟ ଖବର

ବାଇକକୁ ଧକ୍କା ଦେଲା ଟ୍ରକ, ଚକା ତଳେ ପଶି ଛିଣ୍ଡିଲା ମହିଳାଙ୍କ ଗୋଡ଼

By Angul TV Bureau

August 19, 2024

ଅନୁଗୁଳ: ବାଇକକୁ ଧକ୍କା ଦେଲା ଟ୍ରକ। ଟ୍ରକ ତଳେ ପଶି ଛିଣ୍ଡିଲା ମହିଳାଙ୍କ ଗୋଡ଼। ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବଲ୍ହର ଛକ ପାଖରେ ଏଭଳି ଛାତିଥରା ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ବଲ୍ହର ଛକ ନିକଟରେ ବିସ୍ମିତା ସିଂହ ସାମନ୍ତ ତାଙ୍କ ସ୍ଵାମୀ ମାନସ ପଟ୍ଟନାୟକଙ୍କ ସହ ବାଇକ (ଓଡି୧୯ଡବ୍ଲ୍ଯୁ ୧୩୮୩)ରେ ଯାଉଥିବା ବେଳେ ତାଙ୍କୁ ଟ୍ରକ୍ (ଓଡି୩୫ ଜିବି ୧୦୯୩) ଧକ୍କା ଦେଇଥିଲା। ଫଳରେ ଉଭୟେ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ି ଯାଇଥିଲେ ଓ ରିଲିଙ୍କର ଗୋଟିଏ ଗୋଡ଼ ଟ୍ରକ୍ ଚକା ତଳେ ଆସି ଛିଣ୍ଡିଯାଇଛି। ସାମାଜିକ କର୍ମୀ ମହାଦେବ ଦାସ ଏବଂ ସରପଞ୍ଚ ସହଦେବ ସାହୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଡାକି ତାଙ୍କୁ ମେଡିକାଲ୍ ପଠାଇଥିବା ଜଣାଯାଇଛି। ପ୍ରଥମେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।