ମୁଖ୍ୟ ଖବର

ଅନୁଗୁଳରେ ଟେଟ୍ରାପ୍ୟାକ୍ ମଦ ବିରୋଧରେ ଗର୍ଜିଲେ ମହିଳା: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

By Angul TV Bureau

May 11, 2026

ଅନୁଗୁଳ : ରାଜ୍ୟରେ ଟେଟ୍ରାପ୍ୟାକ୍ ମଦ ପ୍ରଚଳନ ଓ ବଢୁଥିବା ନିଶା କାରବାର ବିରୋଧରେ ଅନୁଗୁଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସଙ୍ଗଠନର ଅଭିଯୋଗ ଅନୁଯାୟୀ, ସରକାର ନିର୍ବାଚନ ପୂର୍ବରୁ ମଦମୁକ୍ତ ରାଜ୍ୟର ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ନୂଆ ମଦ ଦୋକାନ ଓ ଟେଟ୍ରାପ୍ୟାକ୍ ଯୋଗାଣ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ। ଏହାଦ୍ୱାରା ଯୁବପିଢ଼ି ଓ ଛାତ୍ରଛାତ୍ରୀ ଅଧିକ ଅପରାଧପ୍ରବଣ ହେବା ସହ ପାରିବାରିକ ଅଶାନ୍ତି ବଢ଼ିବାର ଆଶଙ୍କା ରହିଛି।

ଜିଲ୍ଲା ସଭାନେତ୍ରୀ ମନ୍ଦୋଦରୀ ରାଉଳଙ୍କ ନେତୃତ୍ୱରେ ମହିଳାମାନେ ଟେଟ୍ରାପ୍ୟାକ୍ ମଦ ବନ୍ଦ, ନିଶାଦ୍ରବ୍ୟ ନିଷେଧ ଏବଂ ଗାଁ ଗାଁରେ ମଦ ବଦଳରେ ପାନୀୟ ଜଳ ଯୋଗାଇବାକୁ ଦାବି କରିଛନ୍ତି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ସମାଜକୁ ଧ୍ୱଂସମୁଖରୁ ରକ୍ଷା କରିବାକୁ ଅନୁଗୁଳକୁ ମଦମୁକ୍ତ କରିବା ପାଇଁ ସଙ୍ଗଠନ ଜୋରଦାର ଦାବି କରିଛି।