ଘଟଣା ଓ ଦୁର୍ଘଟଣା

ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଗୋଡ଼ାଇଲା ହାତୀ, ମହିଳା ଗୁରୁତର

By Angul TV Bureau

May 11, 2023

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳାରେଞ୍ଜ ବଡକନ୍ଥକୂଳ ପଞ୍ଚାୟତ କଞ୍ଜା ଗାଁରେ ପୁଣି ହାତୀ ଆକ୍ରମଣରେ ମହିଳା ଗୁରୁତର ହୋଇଛନ୍ତି। ମହିଳାଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ସେହି ଗାଁର ଦେବକୀ ବିଶ୍ବାଳ (୪୫) ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଗୁରୁବାର ସକାଳେ ଦେବକୀ ଗାଁରେ ଥିବା ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀ ଭୟରେ ଦେବକୀ ଖସି ପଡିବାରୁ ତାଙ୍କର ଗୋଡ଼, ହାତ ଓ ଶରୀରରେ ଗଭୀର ଆହତ ଲାଗିଛି। ତାଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ବନ୍ତଳା ଓ ପରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରିଥିବା ଜଣାଯାଇଛି।