ଘଟଣା ଓ ଦୁର୍ଘଟଣା

ଗ୍ୟାସ୍ ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

By Biswaranjan Pattnaik

February 20, 2021

ଅନୁଗୁଳ: ଅନୁଗୁଳ ଥାନା କୁକୁଡାଙ୍ଗ ଗାଁରେ ଶୁକ୍ରବାର ଗ୍ୟାସ୍ ଷ୍ଟୋଭ୍ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, କୁକୁଡ଼ାଙ୍ଗ ଗାଁର ସନ୍ତୋଷ ସାହୁଙ୍କ ସ୍ତ୍ରୀ ଡଲି ସାହୁ(୨୫) ପୂର୍ବାହ୍ନରେ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଷ୍ଟୋଭରୁ ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗିଯାଇଥିଲା। ଫଳରେ ଡଲିଙ୍କ ଶରୀରର ପ୍ରାୟ ୬୫ ପ୍ରତିଶତ ପୋଡ଼ି ଯାଇଥିଲା। ତାଙ୍କ ପାଟିଶୁଣି ପରିବାର ଲୋକେ ତାଙ୍କୁ ନିଆଁ କବଳରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।