ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସେରେଣାବେଡ଼ା ଗାଁ ନିକଟ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ଉଦ୍ୟଦାର କରିଛି ପୁଲିସ। ସୂଚନା ଯେ, ସେରେଣାବେଡ଼ା ଗାଁର ସବିତା ବେହେରା ବନ୍ତଳା ଅଞ୍ଚଳରେ ଚିକୁ ବେହେରାଙ୍କୁ ୧୨ ବର୍ଷ ତଳେ ବିବାହ କରିଥିଲେ। ତେବେ ଗତ ୧ ବର୍ଷ ତଳେ ସବିତା ଚିକୁଙ୍କୁ ଛାଡ଼ି ଅନୁଗୁଳ ଶୁଶୁଡ଼ାର ଅଶୋକ ବେହେରାଙ୍କ ନିକଟରେ ରହୁଥିଲା। ତେବେ ହଠାତ ଶନିବାର ତାଙ୍କର ଝୁଲନ୍ତା ଶବ ଗାଁ ମୁଣ୍ଡ ଗଛରେ ଝୁଲୁଥିବା ଦେଖି ସବିତାଙ୍କ ମା’ ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି।