ଘଟଣା ଓ ଦୁର୍ଘଟଣା

ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଘଟଣାସ୍ଥଳରେ ଚାଲିଗଲା ଜୀବନ

By Angul TV Bureau

June 19, 2022

ଅନୁଗୁଳ: ହାତୀ ଆକ୍ରମଣରେ ମହିଳା ମୃତ। ଆଜି ସ୍ଥାନୀୟ ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଖଇରବେରେଣି ଗାଁର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ଗାଁର ବତି ପ୍ରଧାନ ଓ ଶୈଳବାଳା ଦେହୁରୀ ଆଜି ସକାଳେ ବାଲିଝରଣକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ସହିତ ମୁହାଁ ମୁହିଁ ହୋଇଥିଲେ।ହାତୀକୁ ଦେଖି ବତି ପ୍ରଧାନ ଦୌଡ଼ି ପଳାଇଥିବା ବେଳେ ଶୈଳବାଳାକୁ ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ପ୍ରକାଶ ଯେ ଡଙ୍ଗାପଳ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ୧୦ ଦିନ ହେଲାଣି ୧୪ ଟିକିଆ ହାତୀପଲ ରହୁଛନ୍ତି। ସନ୍ଧ୍ୟା ହେଲେ ସେମାନେ ଡଙ୍ଗାପାଳ, ଖଇରବେରେଣୀ, ଭାଲିଆସର ଆଦି ଗାଁରେ ପଶି ବ୍ୟାପକ ଫସଲ ଓ ଗୁହାଳ ଆଦି ନଷ୍ଟ କରୁଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।